
ଏ ସଂସାରରେ ଅଧିକାଂଶ ମଣିଷ ଅନ୍ତରରେ ଅଶାନ୍ତ ,ସମସ୍ତେ ଖୋଜନ୍ତି ଶାନ୍ତି | ଏ ଦୁର୍ଲ୍ଲଭ ଶାନ୍ତି କାହାକୁ ମିଳେ ନାହିଁ |
ପ୍ରାର୍ଥନା ଆଣିଦିଏ ମନରେ ଶାନ୍ତି | ପ୍ରାର୍ଥନା ଶବ୍ଦ ଟି ଦୁଇ ସଂସ୍କୃତ ଶବ୍ଦ ରୁ ଉଦ୍ଧୃତ –ପ୍ରାୟ ଏବଂ ଆର୍ଥନା |ଏହାର ଅର୍ଥ ହେଲା ,ମାନବର ଅଭୀଷ୍ଟ ସିଦ୍ଧି ପାଇଁ ଭଗବାନଙ୍କ ପାଦପଦ୍ମ ରେ ଏକ ଆବେଗପୂର୍ଣ ନିବେଦନ | ବେଳେବେଳେ ମାନବ ନିଷ୍କାମ ବା କାମନା ରହିତ ପ୍ରାର୍ଥନା ମଧ୍ୟ କରିଥାଏ | ଏଠାରେ ସେ ଭଗବାନଙ୍କର ସୃଷ୍ଟିର ବୈଚିତ୍ର ଯଶ ଗାନ କରିଥାଏ ଆଉ ମଧ୍ୟ ବେଳେ ବେଳେ ସେ ସାଂସାରିକ ଘାତପ୍ରତିଘାତକୁ ଅତିକ୍ରମ କରିବା ପାଇଁ ଭଗବାନଙ୍କ ପାଦପଦ୍ମରେ ଆଶ୍ରୟ ନେଇଥାଏ |ମନୁଷ୍ୟ ର ଜୀବନ ଯାତ୍ରା ଆରମ୍ଭ ହୁଏ ଜନ୍ମ ଠାରୁ ଏବଂ ମୃତ୍ୟୁ ପରେ ହିଁ ତାର ଅବସାନ ଘଟିଥାଏ |ଜୀବନ ଯାତ୍ରା ସବୁବେଳେ ପୁଷ୍ପିତ ହୋଇନଥାଏ |ଜୀବନ ଟା ଏକ ସରଳରେଖା ନୁହେଁ,କେତେ ଖାଲ ଢିପ ,ଆଉ ପୁଣି କେତେ ଅଙ୍କ ବଙ୍କା |ସେଥିପାଇଁ ଜୀବନ ପଥର ଖାଲଢିପ ଏବଂ ଅଂକାବଂକା କୁ ଅତିକ୍ରାନ୍ତ କରିବା ପାଇଁ ସେ ଭଗବାନଙ୍କ ଶରଣାପନ୍ନ ହୋଇଥାଏ |ସୁତରାଂପ୍ରାର୍ଥନାହେଉଛି ମାନବ ହୃଦୟରଆଧ୍ୟାତ୍ମିକ ଚେତନା |ପ୍ରାର୍ଥନା ଦ୍ୱାରା ମନୁଷ୍ୟ ଦିବ୍ୟ ଚକ୍ଷୁ ଲାଭ କରିଥାଏ | ଫଳରେ ସୃଷ୍ଟିର ସବୁଠାରେ ଭଗବାନଙ୍କ ଅସ୍ତିତ୍ବ ଦେଖିବାକୁ ପାଇଥାଏ | ତେଣୁ କୁହାଯାଇଛି
” ଜଳ ସ୍ଥଳ ବନ ଗିରି ଆକାଶ, ତୁମ୍ଭ ଲୀଳା ସବୁଠାରେ ପ୍ରକାଶ “

ପ୍ରାର୍ଥନା ମନୁଷ୍ୟ ଜୀବନର ସର୍ବସ୍ବ | ଅଳ୍ପେ ବହୁତେ ସମସ୍ତେ ନିଜ ନିଜ ଦୈନ୍ୟନ୍ଦିନ ଜୀବନରେ ପ୍ରାର୍ଥନା ହିଁ ମୁଖ୍ୟ ସ୍ଥାନ ଅଧିକାର କରିଅଛି |ପ୍ରାର୍ଥନା ଆଣିଦିଏ ମନରେ ଶାନ୍ତି ,ଆନନ୍ଦ ଏବଂ ଉତ୍ସାହ |ସୁତରାଂ ଦିବ୍ୟ ଜୀବନ ଲାଭ ପାଇଁ ପ୍ରାର୍ଥନା ହିଁ ଆଧାର | ପ୍ରାର୍ଥନା ମନରେ ସ୍ଥିରତା ଆଣିଦିଏ |ଏହି ପ୍ରାର୍ଥନା ଦ୍ୱାରା ମଣିଷ ଜୀବନର ଦୁଃଖ କଷ୍ଟରୁ ଉଦ୍ଧାର ପାଇଥାଏ | ତେଣୁ ପ୍ରାର୍ଥନା ହିଁ ଆଜି ଆମର କଳୁଷିତ ସମାଜ ପାଇଁ ରକ୍ଷା କବଚ ଅଟେ

ତୁଳିକା ରଥ, ପୁନେ
Visit us http://www.jagannathdhampune.in